ନୂଆଦିଲ୍ଲୀ୦୧।୦୪; ଉତ୍ତରପ୍ରଦେଶରେ ବଡ ଧରଣର ଅଘଟଣ । ନୋଏଡାସ୍ଥିତ ସେକ୍ଟର -୧୮ ରେ ଥିବା ଏକ କୋଠାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମ୍କଳବାହୀନି ଉପସ୍ଥିତ ଅଛି । କୃଷ୍ଣ ଆପାରା ପ୍ଲାଜାର ତଳ ମହଲାରେ ନିଆଁ ଲାଗିଯାଇଛି। ପରେ ଏହା ପ୍ରଥମ ମହଲାରୁ ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଗଲା । ଏଠାରେ ଥିବା ବେସମେଣ୍ଟରେ କାମ କରୁଥିବା କିଛି ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଉପର ମହଲାରେ ଦୌଡି ପଳାଇଥିଲେ ।
ନିଆଁ ଲାଗିବା ମାତ୍ରେ ମାର୍କେଟ୍ରେ ବିଶୃଙ୍ଖଳା ଦେଖାଦେଇଥିଲା ଏବଂ ଶହ ଶହ ଲୋକ ବାହାରକୁ ଆସି ଯାଇଥିଲେ। ନିଆଁ ଓ ଧୂଆଁ ପରେ ଅନେକ ଲୋକ କମ୍ପ୍ଲକ୍ସରୁ ତଳକୁ ଡେଇଁପଡିଥିଲେ । ଏଥିଯୋଗୁଁ କେତେକ ଆହତ ହୋଇଛନ୍ତି। ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ଅଗ୍ନିଶମ କର୍ମଚାରୀ ମଧ୍ୟ କିଛି ଲୋକଙ୍କୁ ଭିତରୁ ଉଦ୍ଧାର କରିଥିଲେ। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଲୋକମାନେ ବିଲଡିଂରୁ ଡେଇଁପଡିଥିବାର ନଜର ଆସିଛନ୍ତି।